କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡି ଜଣେ ଯୁବକ ନିଖୋଜ ହୋଇଛି । ଯୁବକ ଜଣକ ହେଲେ ସୋର ଥାନା ଅନ୍ତର୍ଗତ ବର୍ତନା ଗ୍ରାମର ଦେବେଶ କୁମାର ବେହେରା । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଖୋଜ ଯୁବକକୁ ଉଦ୍ଧାର ପାଇଁ ଖୋଜା ଖୋଜି ଜାରି ରଖିଛନ୍ତି।
ଦେବେଶ ନିଜ ପରିବାର ଲୋକଙ୍କ ସହ ଗୁଣ୍ଡିଚାଘାଗୀ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ଜଳପ୍ରପାତ ନିକଟରେ ଅସାବଧାନତା ଯୋଗୁ ବୁଡିଯାଇ ନିଖୋଜ ହୋଇଯାଇଛନ୍ତି।

