14 Mar 2026, Sat

ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୧୧ଜଣ ବରିଷ୍ଠ ଅଧିକାରୀ ଏବଂ ପଞ୍ଜାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୫ଜଣ ବିଡିଓଙ୍କର ବଦଳି ହୋଇଛି।
ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ଗୃହନିର୍ମାଣ ନିର୍ଦ୍ଦେଶକ ଥିବା ଗଙ୍ଗାଧର ନାୟକଙ୍କୁ ଓଡ଼ିଶା ସହରାଞ୍ଚଳ ଗୃହନିର୍ମାଣ ବୋର୍ଡର ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ଗ୍ରାମୀଣ ଗୃହନିର୍ମାଣ ଏବଂ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ତଥା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି ହୋଇଛି। ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସୁଭାନନ୍ଦ ମହାପାତ୍ରଙ୍କୁ ଗୃହନିର୍ମାଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଓଏସ୍‌ଏସ୍‌ଏସ୍‌ସିର ଅତିରିକ୍ତ ସଚିବ ରଜନୀକାନ୍ତ ସ୍ବାଇଁଙ୍କୁ ଓଏସ୍‌ଏସ୍‌ଏସ୍‌ସିର ସଚିବ, ଯାଜପୁର ଜିଲ୍ଲାପରିଷଦର ପୂର୍ବତନ ସିଡିଓ ଅଶୋକ କୁମାର ବେଉରିଆଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ସଚିବ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ସଚିବ ବିଷ୍ଣୁପ୍ରିୟା ସାହୁଙ୍କୁ ସମବାୟ ବିଭାଗର ଅତିରିକ୍ତ ସଚିବ, ଓଏସ୍‌ଡମାର ସିଜିଏମ୍ ଗାୟତ୍ରୀ ଦତ୍ତ ନାୟକଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ, ମାଲକାନଗିରିିର ପୂର୍ବତନ ଉପଜିଲ୍ଲାପାଳ ଦୁର୍ଯ୍ୟେଧନ ଭୋଇଙ୍କୁ କଳାହାଣ୍ଡି ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ, ଟାଉନ୍ ପ୍ଲାନିଂ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଓଏସ୍‌ଡି ଥିବା ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ଓକାକ୍‌ର ଓଏସ୍‌ଡି, ଓବିସି ସେଲ୍‌ର ଉପନିର୍ଦ୍ଦେଶକ ସରୋଜ କୁମାର ପଣ୍ଡାଙ୍କୁ ଜଳସମ୍ପଦ ବିଭାଗର ବୃତଙ୍ଗ ଜଳସେଚନ ପ୍ରକଳ୍ପକୁ ବଦଳି ହୋଇଛି

Leave a Reply

Your email address will not be published. Required fields are marked *