୭ଟି କିସ୍ତିରେ ଆକାଉଣ୍ଟରୁ କଟିଲା ୧ଲକ୍ଷ ୯୨ହଜାର ଟଙ୍କା
ରାୟଗଡା : ରାୟଗଡା ଜିଲ୍ଲା କାଶିପୁର ବ୍ଳକ ବାଙ୍କମ୍ବା ଗ୍ରାମ ପଂଚାୟତ ଟିକିରି ଥାନା ଅନ୍ତର୍ଗତ ଉପରକୋଡିଙ୍ଗା ଗ୍ରାମର ରାଜୁ ସାହୁ ଓ ତାଙ୍କ ପତ୍ନୀ ସୁନେମି ସାହୁ ଏହି ସାଇବର ଠକେଇର ଶୀକାର ହୋଇଛନ୍ତି । ଉଭୟ ଦମ୍ପତି ରାୟଗଡ଼ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଥିବା ସାଇବର ସେଲ’ରେ ଏତଲା କରିଛନ୍ତି। ଏ ନେଇ ରାଜୁ ସାହୁଙ୍କ ଠାରୁ ମିଳିଥିବ ଥୁବା ସୂଚନା ପ୍ରକାରେ ତାଙ୍କ ପତ୍ନୀ ସୁନେମୀଙ୍କ ଆଇସିଆଇସିଆ ସିଆଇ ବ୍ୟାଙ୍କରେ ଏକ ସେଭିଙ୍ଗ ବ୍ୟାଙ୍କ ଆକାଉଂଟ ରହିଛି।ଚଳିତ ମାସ ୨ତାରିଖ ସୁଦ୍ଧା ହଜାର ଟଙ୍କା ଜମା ରହିଥିଲା।କିନ୍ତୁ ତା ପର ଦିନ ୭ଟି କିସ୍ତିରେ ଟଙ୍କା କଟିବା ବା ସହ ଦୁଇ ଥର ଟଙ୍କା ଫେରସ୍ତ ହୋଇ ମୋଟ ୧.୯ ୨ଲକ୍ଷ ଟଙ୍କା ଆକାଉ ଆକାଉଂଟରୁ କଟିଯାଇଥିଲା। ଟଙ୍କା କଟିବା ନେଇ କୈାଣସି ଓଟିପି କିମ୍ବା ଫୋନ୍ କଲ ଆସି ନ ଥିବାରୁ ଦମ୍ପତି ସନ୍ଦେହ କରି ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ।ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ଆପ ମାଧ୍ୟମରେ ତାଙ୍କ ସବୁ ତଥ୍ୟ ଚୋରି ହୋଇ ଆକା କାଉଂଟ ହ୍ୟାକ୍ ହୋଇଥିବା ଜଣାଇବା ପରେ ରାଜୁ କୋରାପୁଟ ଥାନାରେ ଏତଲା ପ୍ରଦାନ କରିଥିଲେ। ତେବେ ରାଯ ରାୟଗଡ଼ ଜିଲ୍ଲା ସାଇବର ସେଲ’ରେ ଏତଲା ଦେବାକୁ ପୋଲିସ ପରାମର୍ଶ ଦେଇଥୁବାରୁ ଆଜି ରାଜୁ ଓ ସୋନେମି ଦୁହେଁ ରାୟଗଡ଼ରେ ଏତଲା ଦାୟର କରି ଟଙ୍କା ଫେରସ୍ତ ପାଇଁ ନିବେଦନ କରିଛନ୍ତି।

