7 Mar 2026, Sat

ବିଜେଡିକୁ ଶକ୍ତ ଧକ୍କା, ବିଜେପିରେ ଯୋଗ ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର : ବିଜେଡିକୁ ଜୋରଦାର୍‌ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ଏ ନେଇ ସେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏବଂ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ ରେ ମନମୋହନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଅମର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଛାଡି ଦେଇଛନ୍ତି। ଅର୍ଥାତ୍ ସେ ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି।

ଅମରଙ୍କ ସହ ଆଜି ଆଉ ଦୁଇ ବିଜେଡି ନେତା ପଦ୍ମ ଧରିଛନ୍ତି। ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଏବଂ ବିଜେଡିରୁ ବିତାଡ଼ିତ ଶ୍ରୀମୟୀ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ସିଂ ତୋମର ପ୍ରମୁଖଙ୍କ ଉପସ୍ଥିତିରେ ଅମର ପଟ୍ଟନାୟକ ଓ ନୂଆପଡ଼ା ନିର୍ବାଚନ ମଣ୍ଡଳୀର କେତେକ ପ୍ରମୁଖ ବିଜେଡି ନେତା ପଦ୍ମ ଧରିଛନ୍ତି।

Leave a Reply

Your email address will not be published. Required fields are marked *