7 Mar 2026, Sat

ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି : ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ବିଏସଏଫ ଏବଂ ଓଡ଼ିଶା ପୁଲିସ ପକ୍ଷରୁ ମିଳିତ କୋମ୍ବିଂ ସମୟରେ ପଥର ଗୁମ୍ଫା ତଳେ ଲୁଚାଇ ରଖାଯାଇଥିବା ଏହି ବିସ୍ଫୋରକର ସନ୍ଧାନ ମିଳିଥିଲା। ମାଓବାଦୀମାନେ ଏସବୁ ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡ଼ିଛି। ବିସ୍ଫୋରକ ମଧ୍ୟରେ ଗୋଟିଏ ବନ୍ଧୁକ, ୧୧୦ଟି ଜିଲାଟିନ ଷ୍ଟିକ, ମାଓବାଦୀ ପୁସ୍ତିକା, ୧୭୦ଟି ୭.୬୨ ଏମଏମ ଇଏଫସି, ୧୫୦ଟି କାଟ୍ରିଜ ରହିଛି।

Leave a Reply

Your email address will not be published. Required fields are marked *