5 Dec 2025, Fri

ଶେଖ୍ ହସିନାଙ୍କୁ ଫାଶୀ ଦଣ୍ଡ : ଢାକାରେ ହିଂସାକାଣ୍ଡ

ଆଦ୍ୟାଶା ନିଉଜ ଡେସ୍କ  : ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫାଶୀଦଣ୍ଡ ଶୁଣା ଯାଇଛି। ଏହାପରେ ଢାକାରେ ହିଂସାକାଣ୍ଡ ତେଜିଛି। ଏହାକୁ ନେଇ ୟୁନୁସ ସରକାର ଆକ୍ସନରେ ଏବଂ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆ ଯାଇଛି। ଉଲ୍ଲେଖନୀୟ ଯେ, ବଂଲାଦେଶର ଆନ୍ତଃର୍ଜାତିକ ଅପରାଧ ନ୍ୟାୟାଧିକରଣ (ଆଇସିଟି-ବିଡି) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ତାଙ୍କୁ ଏହି ଦଣ୍ଡ ଗତ ବର୍ଷ ସରକାରଙ୍କ ବିରୋଧରେ ହୋଇଥିବା ବିରୋଧ ପ୍ରଦର୍ଶନ ବେଳେ ଘାତକ କାର୍ଯ୍ୟାନୁଷ୍ଠାନ ପାଇଁ ଶୁଣାଯାଇଛି। ଟ୍ରିବ୍ୟୁନଲ ତାଙ୍କ ବ୍ୟତୀତ ପୂର୍ବତନ ଗୃହ ମନ୍ତ୍ରୀ ଅସଦୋଜ୍ଜମାନ ଖାନ କମାଲଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଏହି ଦୁଇଜଣ ମାନବତାର ବିରୁଦ୍ଧରେ ବିଭିନ୍ନ ଅପରାଧ ପାଇଁ ଦୋଷୀ କରାଯାଇଥିଲା।

ଉଲ୍ଲେଖନୀୟ ଯେ , ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଗତ ବର୍ଷ ଜୁଲାଇରେ ତାଙ୍କ ସରକାର ବିରୋଧରେ ବ୍ୟାପକ ବିରୋଧ ପ୍ରଦର୍ଶନ ବେଳେ କରାଯାଇ ଥିବା ମାନବତା ବିରୁଦ୍ଧରେ ଅପରାଧ ପାଇଁ, ସୋମବାର ଏକ ସ୍ୱତନ୍ତ୍ର ନ୍ୟାୟାଧିକରଣ ଦ୍ୱାରା ତାଙ୍କର ଅନୁପସ୍ଥିତିରେ ମୃତ୍ୟୁର ସଜା ଶୁଣାଯାଇଛି। ମାସ ମାସ ଯାଏ ମୋକଦମା ପରେ ନିଜର ନିଷ୍ପତ୍ତିରେ ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଧିକରଣ (ଆଇସିଟି) ୭୮ ବର୍ଷିୟ ଅୱାମୀ ଲିଗ୍ ନେତାଙ୍କୁ ହିଂସାତ୍ମକ ଦମନର ମାଷ୍ଟରମାଇଣ୍ଡ ଓ ପ୍ରମୁଖ ସୂତ୍ରଧାର କହିଛନ୍ତି , ଯେଉଁଥିରେ ଶହ ଶହ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇ ଥିଲା।

ଗତବର୍ଷ ପାଞ୍ଚ ଅଗଷ୍ଟରେ ବଡ଼ ସ୍ତରରେ ବିରୋଧ ପ୍ରଦର୍ଶନର କାରଣରୁ ବାଂଲାଦେଶରୁ ପଳାୟନ ପରେ ହସିନା ଭାରତରେ ରହିଛନ୍ତି। ଏହା ପୂର୍ବର କୋର୍ଟ ତାଙ୍କୁ ପଳାତକ ଘୋଷଣା କରି ଥିଲେ। ନିଜର ପ୍ରତିକ୍ରିୟାରେ ହସିନା କହିଛନ୍ତି ଯେ, ଏହି ନିଷ୍ପତ୍ତି ଏକ ଅଣଅଧିକୃତ ନ୍ୟାୟାଧିକରଣ ଦ୍ୱାରା ଦିଆଯାଇଛି, ଯାହାର ସ୍ଥାପନା ଓ ଅଧ୍ୟକ୍ଷତା ଏକ ଅନିର୍ବାଚିତ ସରକାର ଦ୍ୱାରା କରାଯାଇଛି, ଯାହା ପାଖରେ କୌଣସି ଗଣତାନ୍ତ୍ରିକ ଜନାଦେଶ ନାହିଁ।

Leave a Reply

Your email address will not be published. Required fields are marked *