7 Mar 2026, Sat

ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଙ୍କ ଦେହାନ୍ତ : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକବ୍ୟକ୍ତ

ଆଦ୍ୟାଶା ନିଉଜ ଡେସ୍କ : ଆଖି ବୁଜିଲେ ବଲିଉଡର ଭେଟେରାନ ଧର୍ମେନ୍ଦ୍ର ଦେଓ୍ବଲ । ୮୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ମୁମ୍ବାଇ ସ୍ଥିତ ବାସଭବନରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ଗତ ୧୨ ତାରିଖରେ ମୁମ୍ବାଇର ବ୍ରିଜ୍ କ୍ୟାଣ୍ଡି ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଥିଲେ । ତେବେ ଧର୍ମେନ୍ଦ୍ରଙ୍କ ଆଜି ଦେହାନ୍ତ ହୋଇଥିବା ସୂଚନା ରହିଛି ।

ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ପରଲୋକ। ୮୯ ବର୍ଷରେ ଆଜି ସେ ଦୁନିଆକୁ କରିଛନ୍ତି ଅଲବିଦା। ଏହା ସହ ହିନ୍ଦୀ ସିନେମା ଜଗତରେ ଏକ ଯୁଗର ଅବସାନ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଗତ ରାତିରେ ନିଶ୍ବାସ ନେବାରେ କଷ୍ଟ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଧର୍ମେନ୍ଦ୍ରଙ୍କ ପରଲୋକ ଖବର ପୁରା ଦେଶକୁ ଶୋକାକୁଳ କରିଛି। ଦେଶର ବିଶିଷ୍ଟ ରାଜନେତା ଏବଂ ଫିଲ୍ମ ଷ୍ଟାର ତାଙ୍କର ପରଲୋକରେ ଶୋକବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ବରିଷ୍ଠ ଅଭିନେତା ଓ ପୂର୍ବତନ ସାଂସଦ ଧର୍ମେନ୍ଦ୍ର ଜୀଙ୍କ ପରଲୋକ ଭାରତୀୟ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସେ ସବୁଠାରୁ ଲୋକପ୍ରିୟ ଅଭିନେତାଙ୍କ ଭିତରୁ ଅନ୍ୟତମ ଥିଲେ, ସେ ନିଜର ଦଶକ ଧରି ଲମ୍ବା କ୍ୟାରିୟରରେ ବହୁ ସୁନ୍ଦର ପ୍ରସ୍ତୁତି ଦେଇଛନ୍ତି। ଭାରତୀୟ ସିନେମାର ପ୍ରତିଷ୍ଠିତ ବ୍ୟକ୍ତି ଭାବରେ, ସେ ନିଜ ପଛରେ ଏଭଳି ଏକ ଐତିହ ଛାଡି ଯାଇଛନ୍ତି, ଯାହାକି କଳାକାର ଏବଂ ଯୁବପୀଡିଙ୍କୁ ପ୍ରେରଣା ଦେବ। ତାଙ୍କ ପରିବାର, ମିତ୍ର ଓ ପ୍ରଶଂସକଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି।

Leave a Reply

Your email address will not be published. Required fields are marked *