ନୂଆଦିଲ୍ଲୀ ; ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଟ୍ରେନରୁ ୨ଟି ବଗି ହୁତୁହୁତ ହୋଇ ଜଳିଯାଇଛି । ଆନ୍ଧ୍ରପ୍ରଦେଶର ଅନାକାପଲ୍ଲୀର ଇଲାମାଞ୍ଚିଲି ଷ୍ଟେସନରେ ବଡ଼ ଅଘଟଣ ଘଟିଛି । ଟ୍ରେନରେ ନିଆଁ ଲାଗି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ୭୦ ବର୍ଷୀୟ ବୃଦ୍ଧ ହୋଇଥିବା ସୂଚନା ମିଳିଛି । ଝାଡ଼ଖଣ୍ଡର ଷ୍ଟିଲ ନଗରୀ ଟାଟାନଗରରୁ କେରଳ ଯାଉଥିଲା ଏର୍ଣ୍ଣାକୁଲମ ଏକ୍ସପ୍ରେସ୍ ।

