20 Jan 2026, Tue

ଟ୍ରମ୍ପଙ୍କ ଚେତାବନୀ ପରେ ଇରାନରେ ଅଟକିଲା ୮୦୦ ଜଣଙ୍କ ଫାଶୀ

ୱାସିଂଟନ : ଇରାନ ରେ ଲାଗିରହିଥିବା ସରକାର ବିରୋଧୀ ପ୍ରଦର୍ଶନକୁୁ ଚାପିବାକୁ ଆୟାତୋଲ୍ଲା ଅଲି ଖେମିନି ପ୍ରଶାସନ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରୁଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ଇରାନରେ ୮୦୦ ଜଣ ଲୋକଙ୍କ ମୃତ୍ୟୁଦଣ୍ଡ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ମାନବାଧିକାର ଗୋଷ୍ଠୀଗୁଡ଼ିକ ଅନୁଯାୟୀ, ଇରାନ ଦେଶବ୍ୟାପୀ ସରକାର ବିରୋଧୀ ପ୍ରଦର୍ଶନ ଉପରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯେଉଁଥିରେ ୨୬୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ଶହ ଶହ ଲୋକଙ୍କ ଫାଶୀ ଦେବାର ଆଶଙ୍କା ରହିଛି। ହଜାର ହଜାର ସଂଖ୍ୟାର ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି।

ଆମେରିକା ଓ ଇରାନ ମଧ୍ୟରେ କଥାବାର୍ତ୍ତା ନେଇ ସାଉଦି ଆରବ, କତାର, ଓମାନ ଓ ଇଜିପ୍ଟ ମଧ୍ୟସ୍ଥତା କରିଥିଲେ। ରଏଟର୍ସର ରିପୋର୍ଟ ଅନୁଯାୟୀ, ଏହି ଗଲ୍ଫ ଦେଶମାନଙ୍କ ୪୮ ଘଣ୍ଟାର ପ୍ରୟାସ ପରେ ଆମେରିକା ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣ ଯୋଜନାକୁ ସ୍ଥଗିତ ରଖିଛି। ଇରାନରେ ହିଂସା ଘଟଣା କମିଥିବା ଟ୍ରମ୍ପ କହିଛନ୍ତି।

Leave a Reply

Your email address will not be published. Required fields are marked *