19 May 2026, Tue

ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ

                                         ଆଜି ମୁଖ୍ୟମନ୍ତ୍ରୀ ପଦ ଛାଡିବେ ନୀତୀଶ
ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ନୀତୀଶ କୁମାର ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ନୀତୀଶଙ୍କ ନେତୃତ୍ବରେ ବିହାର ରାଜ୍ୟ କ୍ୟାବିନେଟ୍‌ରେ ଶେଷ ବୈଠକ ଅନୁଷ୍ଠିତ ହେବା ପରେ ସେ ତାଙ୍କ ପଦରୁ ଇସ୍ତଫା ଦେବେ। ନୀତୀଶଙ୍କ ଇସ୍ତଫା ପରେ ବିହାରରେ ବିଜେପି ନେତୃତ୍ବରେ ନୂଆ ସରକାର ଗଠନ ହେବାକୁ ଥିବାବେଳେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ନୂଆ ସରକାର ଗଠନ ପ୍ରକ୍ରିୟା ପାଇଁ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କୁ ଦଳ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି। ନୀତୀଶଙ୍କ ଇସ୍ତଫା ପରେ ବିହାରରେ ଶାସକ ଏନଡିଏର ନୂଆ ବିଧାୟକ ଦଳ ନେତା ନିର୍ବାଚନ କରାଯିବ। ବିଧାୟକ ଦଳ ନେତା ମୁଖ୍ୟମନ୍ତ୍ରୀ ହେବେ। ଏଥିପାଇଁ ସମ୍ରାଟ ଚୌଧୁରୀଙ୍କ ନାମ ସର୍ବାଗ୍ରେ ରହିଛି। ସମ୍ରାଟ ଏବେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ନୂଆ ଉପମୁଖ୍ୟମନ୍ତ୍ରୀ ମନୋନୟନ ପ୍ରକ୍ରିୟା ମଙ୍ଗଳବାର ଅନୁଷ୍ଠିତ ହେବ। ସେହିପରି ନୀତୀଶଙ୍କ ଇସ୍ତଫା ପରେ ​‌ତାଙ୍କ ପୁଅ ନିଶାନ୍ତ ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି। ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଏପ୍ରିଲ ୧୫ରେ ଶପଥ ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *