17 Apr 2026, Fri

ବିଜେପିକୁ ସମର୍ଥନ କରିବାରୁ ସ୍ତ୍ରୀକୁ ପିଟିପିଟି ମାରିଲା ସ୍ୱାମୀ

Aadyasha News Desk : ପଶ୍ଚିମବଙ୍ଗ ନିର୍ବାଚନ ଏବେ ଘରୋଇ ହିଂସା ଦିଗକୁ ଗତି କରିଛି। ଉତ୍ତର ଚବିଶି ପ୍ରଗଣା ଜିଲ୍ଲାରେ ଜଣେ ଟିଏମସି ନେତାଙ୍କ ସ୍ତ୍ରୀ ବିଜେପିକୁ ସମର୍ଥନ କରିବାରୁ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି ସ୍ୱାମି।

ମୃତକ ମହିଳା ଜଣକ ହେଲେ ମିନାଖାନ ବାସିନ୍ଦା ୨୭ ବର୍ଷୀୟା ଅଦୀପ୍ତା ଦାସ। ରବିବାର ତାଙ୍କ ଘରୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ଘଟଣାକୁ ନେଇ ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ରାହୁଲ ଦାସ ଜଣେ ତୃଣମୂଳ କଂଗ୍ରେସ ନେତା। ରାହୁଲ ତାଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ମିଶି ତାଙ୍କୁ ପିଟିପିଟି ହତ୍ୟା କରି ପରେ ଫାଶି ଦେଇଛନ୍ତି। ମୃତକ ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିବାରୁ ରାହୁଲ ଓ ତାଙ୍କ ପରିବାର ଏପରି କରିଥିବା ଅଦୀପ୍ତାଙ୍କ ପରିବାର ଅଭିଯୋଗ କରିଛନ୍ତି।
ପରିବାର ଅଭିଯୋଗ ଆଣିଛନ୍ତି ଯେ, ପୀଡିତାଙ୍କୁ ଅତି ନିର୍ମମ ଭାବରେ ମାଡ଼ ମରାଯାଇ ପରେ ଆତ୍ମହତ୍ୟା ଭାବରେ ଦେଖାଯିବା ପାଇଁ ଫାଶି ଦିଆଯାଇଛି।

Leave a Reply

Your email address will not be published. Required fields are marked *