18 Jul 2026, Sat

ଅନୁଗୋଳ ରେ ଡବଲ ଏନକାଉଣ୍ଟର

ଅନୁଗୋଳ :ଅନୁଗୋଳରେ ଡବଲ ଏନକାଉଣ୍ଟର। ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ଅନୁଗୋଳ ପୁଲିସ୍। ସେଲ୍ଫ ଡିଫେନ୍ସରେ ଏନକାଉଣ୍ଟର କରିଛି ପୁଲିସ। ଏନକାଉଣ୍ଟର ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ମହାରାଷ୍ଟ୍ରର ସଚିନ ଗେଜଗେ ଓ ପ୍ରକାଶ ମାଦନେ। ସଚିନର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ପ୍ରକାଶର ବାମ ଗୋଡ଼ ଗୁଳି ବାଜିଛି। ହଣ୍ଡପା ଥାନା ଅନ୍ତର୍ଗତ ହଣ୍ଡପା ଜଙ୍ଗଲ ନିକଟରେ ହୋଇଛି ଏନକାଉଣ୍ଟର। ସୂଚନା ଅନୁସାରେ, ଗତକାଲି ତାଳଚେର ହାଟତୋଟାଛକସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇନାରୀରୁ ବିପୁଳ ପରିମାଣର ସୁନା ଓ ରୁପା ଲୁଟି ଫେରାର ହୋଇଯାଇଥିଲେ ୫ ଲୁଟେରା। ଏହାପରେ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ୍ ଜିଲ୍ଲାର ସବୁ ପ୍ରବେଶ ପଥରେ ନାକାବନ୍ଦୀ କରିଥିଲା। ହଣ୍ଡପା ନିକଟରେ ପୁଲିସ ସେମାନଙ୍କୁ ଠାବ କରିବା ସମୟରେ ସେମାନେ ପୁଲିସ ଉପରକୁ ଗୁଳି ଚାଳନା କରିଥିଲେ। ପୁଲିସର ପାଲଟା ଗୁଳିମାଡ଼ରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି। ସେମାନଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଉଛି।

Leave a Reply

Your email address will not be published. Required fields are marked *