24 Jun 2026, Wed

ଶୀତଳଷଷ୍ଠୀ ପର୍ବ ପାଇଁ ଉତ୍ସବ ମୁଖର ସମ୍ବଲପୁର

ସମ୍ବଲପୁର : ପ୍ରସିଦ୍ଧ ସଂସ୍କୃତିର ସହର ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି। ଦେବଦମ୍ପତିଙ୍କ ଲୌକିକ ବିବାହ ପାଇଁ ଭକ୍ତିରେ ବି‌ଭୋର ହୋଇଛନ୍ତି ଭକ୍ତ ଏବଂ ଜନତା। ଜଗତ୍‌ଜନନୀ ମାତା ପାର୍ବତୀଙ୍କ ବିବାହ ପାଇଁ ସୁସଜ୍ଜିତ ଭଗବାନ ମହାଦେବ ବରବେଶରେ ବାହାରିଥିଲେ। ଗୁରୁବାର ରାତି ଶୁକ୍ର ପାହାନ୍ତିର ମାହେନ୍ଦ୍ର ବେଳାରେ ଜଟାଧାରୀ ମହାଦେବଙ୍କ ହାତଗଣ୍ଠି ପଡ଼ିଛି। ମାତା ପାର୍ବତୀଙ୍କୁ କନ୍ୟାଦାନ କରି ଭାବବିହ୍ବଳ ହୋଇ ଉଠିଛନ୍ତି କନ୍ୟା ପିତାମାତା। ଦେବବିବାହର ଅପୂର୍ବ ଦୃଶ୍ୟ ଦେଖିବାକୁ ଦୂରଦୂରାନ୍ତରୁ ଲୋକେ ଆସି ସମ୍ବଲପୁରରେ ପହଞ୍ଚିଛନ୍ତି। ମହାଦେବଙ୍କ ବରଯାତ୍ରୀରେ ସାମିଲ ହୋଇଛନ୍ତି ଦେଶର ବିଭିନ୍ନ ରାଜ୍ୟର ହଜାରହଜାର ଶ୍ରଦ୍ଧାଳୁ। ବିଭିନ୍ନ ପାରଂପରିକ ସହିତ ଆଧୁନିକ ଗୀତ, ନୃତ୍ୟ ଏବଂ ବାଦ୍ୟରେ ସମ୍ବଲପୁର କମ୍ପି ଉଠିଛି।

Leave a Reply

Your email address will not be published. Required fields are marked *