13 Sep 2026, Sun

ଦେଶୀ ବନ୍ଧୁକରେ ସ୍ତ୍ରୀକୁ ଗୁଳି କରି ହତ୍ୟା ଅଭିଯୋଗ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ଲାଣ୍ଡିମାଲ ଗାଁରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ସ୍ୱାମୀ ଦେଶୀ ବନ୍ଧୁକରେ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, କୌଣସି ପାରିବାରିକ ଘଟଣାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବିବାଦ ଉଗ୍ର ରୂପ ନେବାରୁ ସ୍ୱାମୀ ଏକ ଦେଶୀ ବନ୍ଧୁକରେ ସ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ରହିଛି।

ଗୁଳିମାଡ଼ରେ ମହିଳାଙ୍କ ଛାତି ଓ ହାତରେ ଆଘାତ ଲାଗିଥିବା ପ୍ରାଥମିକ ସୂଚନା ମିଳିଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଘଟଣାର ଖବର ପାଇ ରେଢ଼ାଖୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ୱାମୀଙ୍କୁ ପୁଲିସ ଧରି ପଚରାଉଚରା କରୁଥିବା ବେଳେ ଘଟଣାରେ ବ୍ୟବହୃତ ଦେଶୀ ବନ୍ଧୁକକୁ ଜବତ କରାଯାଇଥିବା ସୂଚନା ମିଳିଛି।

ହତ୍ୟାକାଣ୍ଡର ପ୍ରକୃତ କାରଣ, ଗୁଳିମାଡ଼ର ସମ୍ପୂର୍ଣ୍ଣ ପରିସ୍ଥିତି ଓ ଅନ୍ୟାନ୍ୟ ତଥ୍ୟ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି।

 

Leave a Reply

Your email address will not be published. Required fields are marked *