21 Nov 2026, Sat

ପ୍ରଭୁଜୀ ଇଂଲିଶ ମିଡିୟମ୍ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ, କଳା ପ୍ରଦର୍ଶନୀ ଓ ଖାଦ୍ୟ ମେଳା।

ରେଢ଼ାଖୋଲ  : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ବୃନ୍ଦାବନ ବିହାର ପରିସରରେ ସ୍ଥିତ ପ୍ରଭୁଜୀ ଇଂଲିଶ ମିଡିୟମ୍ ସ୍କୁଲ ପକ୍ଷରୁ ଶନିବାର ଦିନ ବିଜ୍ଞାନ ପ୍ରଦର୍ଶନୀ, କଳା ପ୍ରଦର୍ଶନୀ ଏବଂ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ପୂଜ୍ୟ ମା’ ଏବଂ ସଭାପତି ଶ୍ରୀମତୀ ପ୍ରତିମା ତିୱାରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ରେଢ଼ାଖୋଲ ଅତିରିକ୍ତ ଶିକ୍ଷାଧିକାରୀ ବନମାଳୀ ମାଝୀ, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶତ୍ରୁଘ୍ନ ସ୍ୱାଇଁ ଏବଂ ବିଜ୍ଞାନ ଶିକ୍ଷକ ଲିଙ୍କନ ପ୍ରଧାନ ଯୋଗ ଦେଇଥିଲେ। ଏଥିରେ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଗଗନ ବିହାରୀ ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇଥିଲେ। ଏଥିରେ
ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ, ଆକର୍ଷଣୀୟ କଳାକୃତି ଓ ଖାଦ୍ୟ ସାମଗ୍ରୀ ଗୁଡ଼ିକୁ ପରିଦର୍ଶନ କରିବା ସହିତ ସେମାନଙ୍କ ସୃଜନଶୀଳତା, ଉଦ୍ଭାବନୀ ଚିନ୍ତାଧାରା ଓ କାର୍ଯ୍ୟଦକ୍ଷତାର ଉଚ୍ଚ ପ୍ରଶଂସା କରିଥିଲେ।


ଏହି ପ୍ରଦର୍ଶନୀ ଓ ଖାଦ୍ୟ ମେଳା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିଜସ୍ୱ ପ୍ରତିଭାର ବିକାଶ, ଆତ୍ମବିଶ୍ୱାସ, ଦଳଗତ କାର୍ଯ୍ୟ ଓ ବ୍ୟବହାରିକ ଜ୍ଞାନ ବୃଦ୍ଧି କରିବାର ଏକ ସୁନ୍ଦର ମାଧ୍ୟମ ହୋଇପାରିଥିଲା। ସମଗ୍ର କାର୍ଯ୍ୟକ୍ରମଟି ଆନନ୍ଦମୟ ଓ ଶିକ୍ଷଣୀୟ ପରିବେଶ ମଧ୍ୟରେ ସଫଳତାର ସହ ସମାପନ ହୋଇଥିଲା। ଏଥିରେ ପ୍ରଣୟ କୁମାର ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *