7 Mar 2026, Sat

ନବୀନଙ୍କୁ ଘରେ ଭେଟିଲେ ମୁଖ୍ୟମନ୍ତ୍ରୀ: ଆରୋଗ୍ୟ କାମନା କଲେ

ଭୁବନେଶ୍ବର: ଜଳଶୁଷ୍କତାଜନିତ (ଡିହାଇଡ୍ରେସନ୍) ଅସୁସ୍ଥତା ଯୋଗୁ ୪ଦିନ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାସଭବନରେ ଭେଟିଛନ୍ତି। ଶନିବାର ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ନିବାସ ଯାଇ ସେଠାରେ ଶ୍ରୀ ପଟ୍ଟନାୟକଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ।  ‘ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି’ ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିବାବେଳେ ନବୀନ କହିଥିଲେ ‘ମୁଁ ସୁସ୍ଥ ଅନୁଭବ କରୁଛି’।

ଉଭୟ ନେତା ପ୍ରାୟ ୧୦ମିନିଟ ଆଲୋଚନା କରିଥି‌େଲ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣ ମୁମ୍ବାଇରେ ଚିକିତ୍ସାଧୀନ ଥିବାବେଳେ ମୁଁ ଦିଲ୍ଲୀ ଗସ୍ତରେ ଯାଇଥିଲି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାବେଳେ ସେ ପଚାରିଥିଲେ ଯେ ‘ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି’? ପ୍ରଧାନମନ୍ତ୍ରୀ ଅାପଣଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଆଲୋଚନାବେଳେ ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ଯେପରି ସୁରୁଖୁରୁରେ ପରିଚାଳିତ ହେବ, ସେ ନେଇ ବିରୋଧୀ ଦଳ ନେତାଙ୍କ ସହଯୋଗ କାମନା କରିଥିଲେ।

Leave a Reply

Your email address will not be published. Required fields are marked *