18 Jan 2026, Sun

ହୀରାକୁଦର ୮ଟି ଗେଟ୍‌ ଖୋଲା

ସମ୍ବଲପୁର : ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବଢ଼ିବାରେ ଲାଗିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖ ଦିନ ଉପରମୁଣ୍ଡରେ ପୁଣି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ଶନିବାର ଦୁଇଟି ପର୍ଯ୍ୟାୟରେ ୮ଟି ଗେଟ୍‌ ଖୋଲାଯାଇଛି। ସେଥିରୁ ବାମ ପାର୍ଶ୍ବରେ ୫ଟି ଗେଟ୍ ଓ ଡାହାଣ ପାର୍ଶ୍ବର ୩ଟି ଗେଟ୍‌ ଖୋଲାଯାଇଛି। ଆଜି ପୂର୍ବାହ୍ଣରେ ୪ଟି ଗେଟ୍‌ ଖୋଲାଯାଇଥିଲା। ଅପରାହ୍‌ଣରେ ଆଉ ୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।

Leave a Reply

Your email address will not be published. Required fields are marked *