18 Jan 2026, Sun

ମନ୍ଦିର ଫାଟକ ଭାଙ୍ଗିଲା ହାତୀ

ଜି.ଉଦୟଗିରି: ଜି. ଉଦୟଗିରି ଅଞ୍ଚଳରେ ପୁଣି ଥରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଶନିବାର ଭୋର ସମୟରେ ସ୍ଥାନୀୟ ଧବଳେଶ୍ବର ମନ୍ଦିରର ପାର୍ଶ୍ବ ଫାଟକ ଭାଙ୍ଗି ହାତୀ ଭିତରକୁ ପଶିବା ସହ ନଡିଆ ଗଛ ଭାଙ୍ଗି ଦେଇଛି। ସେଠାରୁ ଚମ୍ପା ସାହି ଦେଇ ବରାଲିନି ମନ୍ଦିର ଏବଂ ମହାଗୁଡ଼ା ସାହି ହୋଇ ଯାଇଥିବା ପାଦ ଚିହ୍ନ ରହିଛି। କିନ୍ତୁ ପରେ ହାତୀଟି କେଉଁ ଦିଗରେ ଯାଇଛି ତାହା ଜଣା ପଡିନାହିଁ।

ତେବେ ଏହି ଅଞ୍ଚଳରେ ହାତୀ ଏକାଧିକ ଥର ପଶି ଉପଦ୍ରବ କରିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସହରର ମୁଖ୍ୟ ରାସ୍ତାରେ ହାତୀ ଯାଇଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ତଳେ ହାତୀ ଆକ୍ରମଣରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୦ରୁ ଅଧିକ ଗୋରୁଙ୍କୁ ହାତୀ କଚାଡ଼ି ମାରିଛି।

Leave a Reply

Your email address will not be published. Required fields are marked *