7 Mar 2026, Sat

୨୫ରୁ ଆମେରିକାକୁ ଡାକସେବା ବନ୍ଦ

ନୂଆଦିଲ୍ଲୀ: ଚଳିତମାସ ୨୫ରୁ ଆମେରିକାକୁ ଡାକସେବା ବନ୍ଦ କରିବା ନିମନ୍ତେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୋଧରେ ଯେଉଁ ୫୦ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି, ତାହାର ପ୍ରତିବାଦ​‌େ​‌ର ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଇଛି। ଅଗଷ୍ଟ ୨୯ରୁ ଆମେରିକା ପଠାଯାଉଥିବା ପ୍ରତ୍ୟେକ ସାମଗ୍ରୀ ଉପରେ ନିର୍ଦ୍ଧାରିତ ଶୁଳ୍କ ଲାଗୁ କରାଯିବ ବୋଲି ଜଣାପଡିଛି। ଅବଶ୍ୟ ୧୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଉପହାର ସାମଗ୍ରୀ ଉପରୁ ଏଭଳି ଶୁଳ୍କ ଛାଡ କରାଯିବ। ଯେଉଁ ସଂସ୍ଥା ଇଣ୍ଟରନ୍ୟାସନାଲ ପୋଷ୍ଟାଲ ନେଟୱାର୍କ ଜରିଆରେ ଆମେରିକାକୁ ସାମଗ୍ରୀ ପଠାଇବାକୁ ଯୋଜନା କରୁଛନ୍ତି, ସେମାନେ ଗ୍ରାହକଙ୍କ ନିକଟରୁ ନିର୍ଦ୍ଧାରିତ ଶୁଳ୍କ ଆଦାୟ କରିବାକୁ କୁହାଯାଇଛି। ତେବେ ଏହା ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ଆମେରିକାକୁ ସାମଗ୍ରୀ ପରିବହନ କରୁଥିବା ଏୟାର କୋରିୟର ସଂସ୍ଥାଗୁଡିକ ଗ୍ରାହକଙ୍କ ନିକଟରୁ କୌଣସି ଅର୍ଡର ନେବାକୁ ମନା କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୨୫ରୁ ଡାକ ବିଭାଗ ଆମେରିକାକୁ ସାମଗ୍ରୀ ପଠାଇବା ଉପରେ କଟକଣା ଜାରି କରିଛି। ଅବଶ୍ୟ ଚିଠିପତ୍ର ଓ କାଗଜପତ୍ରକୁ ଏହି କଟକଣାରୁ ମୁକ୍ତ ରଖାଯାଇଥିବା ପ୍ରକାଶ।

Leave a Reply

Your email address will not be published. Required fields are marked *