20 Jan 2026, Tue

ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ

ନୂଆପଡା : ନୂଆପଡାରେ ପୁଣି ବାଘ ଆତଙ୍କ । ଜଙ୍ଗଲରେ ଚରୁଥିବା ବେଳେ ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ। କୋମନା ରେଞ୍ଜ ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଖୋଲିଭିତର ଗାଁରେ ଏଭଳି ଘଟଣା ଘଟିଛି ।

 

ସୂଚନା ମୁତାବକ, ଜଙ୍ଗଲରେ ଚରୁଥିବା ସମୟରେ ଜୟସିଂ ଚିନ୍ଦାଙ୍କ ଛେଳିକୁ ଆକ୍ରମଣ କରିଥିଲା ବାଘ। ଛେଳି ଚରାଳି ମାନେ ବାଘକୁ ଦେଖି ଚିତ୍କାର କରିବା ପରେ ବାଘ ଛେଳିକୁ ଛାଡି ଦେଇଥିଲା। ଖବର ପାଇ ବନ୍ୟଜନ୍ତୁ ବିଭାଗୀୟ କର୍ମଚାରୀ ଗାଁରେ ପହଞ୍ଚି ବାଘର ଗତିବିଧି ଜାଣିବା ପାଇଁ ଟ୍ରାକ କ୍ୟାମେରା ଲଗାଇଛନ୍ତି । ବାଘ ଭୟରେ ଖୋଲି ଭିତର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଦୁଇମାସ ତଳେ ସେହି ଗ୍ରାମର ଧର୍ମୁ ଚିନ୍ଦାଙ୍କ ଗୁହାଳ ଭିତରେ ପଶି ଏକ ବାଛୁରୀକୁ ବାଘ ମାରି ଖାଇଥିବା ନେଇ ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *