10 Mar 2026, Tue

‘ବାଗି-୪’ରେ ହରନାଜ୍‌ଙ୍କ ନୂଆ ଲୁକ୍‌, ରିଲିଜ ହେଲା ଫିଲ୍ମର ‘ବହଲି ସୋହନି’ ଗୀତ

ମୁମ୍ବାଇ ୨୪/୦୮: ଟାଇଗର ଶ୍ରଫ୍‌ ଷ୍ଟାରର୍‌ ‘ବାଗି-୪’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ୍‌ ସନ୍ଧୁ । ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ଜିତିବା ପରେ ହଠାତ୍‌ ଓଜନ ବଢ଼ିବା ଯୋଗୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏବେ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଓଜନ କମାଇ ସେ ସମସ୍ତଙ୍କୁ ଚକିତ କରିଛନ୍ତି । ନିକଟରେ ମୁକ୍ତିପ୍ରାପ୍ତ ‘ବହଲି ସୋହନି’ ଗୀତ ତାଙ୍କ ଶାରୀରିକ ପରିବର୍ତ୍ତନର ପ୍ରମାଣ ।

 

ଗତ ଶୁକ୍ରବାର ‘ବାଗି-୪’ ଟିମ୍‌ ‘ବହଲି ସୋହନି’ ଗୀତ ରିଲିଜ୍‌ କରିଛନ୍ତି । ଏଥିରେ ଟାଇଗର ଓ ହରନାଜ୍‌ଙ୍କୁ ଦେଖିବାକୁ ମିଳିଛି । ହରନାଜ୍‌ଙ୍କ ନୂଆ ଲୁକ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଫ୍ୟାନ୍‌ ତାଙ୍କୁ ଆଧୁନିକ ‘ଦେଶୀ ଗର୍ଲ’ ବୋଲି କହୁଛନ୍ତି । ଶାଢ଼ି ଲୁକ୍‌ରେ ତାଙ୍କର ଶାରୀରିକ ପରିବର୍ତ୍ତନ ସ୍ପଷ୍ଟ ଦିଶୁଛି । ଚମତ୍କାର ନୃତ୍ୟ ଜରିଆରେ ସେ ଦର୍ଶକଙ୍କ ମନ ଜିଣିଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍‌ ତାଙ୍କ ପ୍ରଦର୍ଶନ ଏବଂ ଷ୍ଟାଇଲ୍‌ ଓ ସେଲିବ୍ରିଟି ଅନ୍ଦାଜ୍‌କୁ ପ୍ରଶଂସା କରିଛନ୍ତି । ଏ. ହର୍ଷଙ୍କ ନିର୍ଦ୍ଦେଶିତ ‘ବାଗି-୪’ ଏକ ଆକ୍ସନ୍‌-ପ୍ୟାକ୍‌ଡ ଥ୍ରିଲର୍‌ । ଏଥିରେ ସଞ୍ଜୟ ଦତ୍ତ, ସୋନମ ବାଜୱା ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । ଆସନ୍ତା ସେପ୍ଟେମ୍ବର ୫ରେ ଏହା ମୁକ୍ତିଲାଭ କରିବ ।

Leave a Reply

Your email address will not be published. Required fields are marked *