10 Mar 2026, Tue

ରେଢ଼ାଖୋଲ ପ୍ରେସ କ୍ଲବ୍ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ

 

ରେଢ଼ାଖୋଲ  ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ରବିବାର ଦିନ ରେଢ଼ାଖୋଲ ପ୍ରେସକ୍ଲବ୍ ପକ୍ଷରୁ ଏକ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ସଭାପତି ରମାକାନ୍ତ ମହାନନ୍ଦ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପ୍ରସ କ୍ଲବ୍ ର ଉନ୍ନତି ମୂଳକ କାର୍ଯ୍ୟ ସହ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା। ସେଥି ମଧ୍ୟରୁ ଆଗାମୀ ଦିନ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା। ସେହିପରି ଅନ୍ୟ ପ୍ରସ୍ତାବ ଗୁଡ଼ିକ ଆଲୋଚନା କରି ଗୃହୀତ ହୋଇଥିଲା। ଏହି ବୈଠକରେ ସମ୍ପାଦକ ତପନ କୁମାର ବିଶ୍ବାଳ, କୋଷାଧ୍ୟକ୍ଷ ଯଶବନ୍ତ ନାରାୟଣ ସାହୁ, ଜୟନ୍ତ ଖଡିରତ୍ନ, ରବୀନ୍ଦ୍ର ପ୍ରଧାନ, ପ୍ରସନ୍ନ ପ୍ରଧାନ, ସୁଶାନ୍ତ ନାଗ, ଶଙ୍କର ପୃଷ୍ଟି, ଶରତ ପ୍ରଧାନ, ରଶ୍ମି ରଞ୍ଜନ ଖଡ଼ିରତ୍ନ, ସରୋଜ ସାହୁ, ଅନିଲ ପୃଷ୍ଟି, ସୁଧିର ସୁନା, ଲିଙ୍ଗରାଜ ପ୍ରଧାନ ପ୍ରମୁଖ ସମେତ ଅନ୍ୟ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *