8 Dec 2025, Mon

ଡାକ୍ତରଖାନା ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼, ୪ ସାମ୍ବାଦିକଙ୍କ ସମେତ ୧୫ ମୃତ

ଆଦ୍ୟାଶା ନିଉଜ ଡେସ୍କ: ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଅବ୍ୟାହତ ରହିଛି। ତେବେ ଇସ୍ରାଏଲ ଯୁଦ୍ଧରେ ନୂଆ ରଣନୀତି ଆପଣାଇଥିବା ଦେଖିବାକୁ ମିଳିଛି। ଗାଜାର ଏକ ଡାକ୍ତରଖାନା ଉପରେ ଇସ୍ରାଏଲ ସେନା ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଦକ୍ଷିଣାଞ୍ଚଳରେ ଥିବା ଖାନ ୟୁନିସ ହସ୍ପିଟାଲରେ ଏହି ଆକ୍ରମଣ କରାଯାଇଥିବାବେଳେ ଏଥିରେ ୪ ଜଣ ସାମ୍ବାଦିକଙ୍କ ସମେତ ମୋଟ ୧୫ ଜଣଙ୍କ ମୃତ୍ୟୁ ଘଟିଛି।

ନୂଆ ରଣନୀତି ହିସାବରେ ଇସ୍ରାଏଲ ସେନା ଉକ୍ତ ଡାକ୍ତରଖାନାକୁ ଟାର୍ଗେଟ କରି ଗୋଟିଏ କ୍ଷେପଣାସ୍ତ୍ର ମାଡ଼ କରିଥିଲା। କିଛି ସମୟ ମଧ୍ୟରେ ସେଠାରେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲା। ଉଦ୍ଧାରକାର୍ଯ୍ୟ ଚାଲିଥିବା ସମୟରେ ପୁଣି ଏକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଯାହାଫଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଆଉ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଏହି ଡାକ୍ତରଖାନା ଉପରେ ଏକାଧିକ ଥର ଆକ୍ରମଣ ହୋଇଛି। ପ୍ରାଣ ହରାଇଥିବା ସାମ୍ବାଦିକମାନେ ଅଲ ଜଜିରା, ରଏଟର ସଂସ୍ଥାର ହୋଇଥିବାବେଳେ ଜଣେ ପ୍ରିଲାନ୍ସର ମଧ୍ୟ ରହିଛନ୍ତି। ତେବେ ଗତ ୨୨ ମାସ ମଧ୍ୟରେ ଗାଜାରେ ୧୯୨ ସାମ୍ବାଦିକ ଏହି ଯୁଦ୍ଧରେ ପ୍ରାଣ ହରାଇଲେଣି।

Leave a Reply

Your email address will not be published. Required fields are marked *