7 Mar 2026, Sat

ଦେଶର ଦକ୍ଷ ମୁଖ୍ୟମନ୍ତ୍ରୀ ତାଲିକାରେ ମୋହନ ମାଝୀ, ‘ଇଣ୍ଡିଆ ଟୁଡେ-ସିଭୋଟର’ ପକ୍ଷରୁ ‘ମୁଡ୍‌ ଅଫ ଦ ନେସନ’ ସର୍ଭେରେ ମିଳିଲା ଅଷ୍ଟମ ସ୍ଥାନ

ଭୁବନେଶ୍ୱର :  ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀଙ୍କୁ ମିଳିଛି ଜାତୀୟ  ସ୍ୱୀକୃତି । ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ  ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି  ମୋହନ । ଅକ୍ଳାନ୍ତ ପରିଶ୍ରମ,  ନିଷ୍ଠା, ପ୍ରତିଶ୍ରୁତିବଦ୍ଧତା ଓ ବିଜେପି  ସରକାରର ଅଭିନବ ଯୋଜନାକୁ  ଦକ୍ଷତାର ସହ କାର୍ଯ୍ୟକାରୀ କରି ଏ  ସଫଳତା ସେ ପାଇଛନ୍ତି । ବହୁ ପୁରୁଖା  ଓ ଅଭିଜ୍ଞ ମୁଖ୍ୟମନ୍ତ୍ରୀଙ୍କୁ ପଛକୁ ଠେଲି  ୧୪ ମାସର ସରକାରର ମଙ୍ଗ ଧରିଥିବା  ଶ୍ରୀ ମାଝୀଙ୍କ ଦକ୍ଷତାକୁ ଲୋକ ପସନ୍ଦ  କରିଛନ୍ତି । ଜାତୀୟସ୍ତରର ଜଣାଶୁଣା  ପତ୍ରିକା ‘ଇଣ୍ଡିଆ ଟୁଡେ-ସିଭୋଟର’  ପକ୍ଷରୁ ‘ମୁଡ୍‌ ଅଫ ଦ ନେସନ’ ମିଳିତ ସର୍ଭେରେ ଦେଶର ବୃହତ୍‌ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଆକଳନରେ ମୋହନ ବେଶ୍‌ ଆଗରେ ଅଛନ୍ତି ।

ସର୍ଭେ ଦର୍ଶାଇଛି, ଦକ୍ଷତା ଆଧାରରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି ଆସାମ  ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।  ଆସାମବାସୀ ତାଙ୍କବୃହତ୍‌ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଆକଳନରେ  ମୋହନ ବେଶ୍‌ ଆଗରେ ଅଛନ୍ତି । ସର୍ଭେ ଦର୍ଶାଇଛି, ଦକ୍ଷତା ଆଧାରରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆସାମବାସୀ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତାକୁ ମୂଲ୍ୟାୟନ କରିଛନ୍ତି । ସର୍ଭେରେ ସାମିଲ ଲୋକଙ୍କ ମଧ୍ୟରୁ ୪୪.୬  ପ୍ରତିଶତ ହିମନ୍ତଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକଟ  କରିଛନ୍ତି । ଓଡ଼ିଶାର ଯେତିକି ଲୋକ ସର୍ଭେରେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରୁ ୩୪.୨  ପ୍ରତିଶତ ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ଦକ୍ଷତା ଓ  କାର୍ଯ୍ୟକଳାପରେ ଖୁସି ଅଛନ୍ତି । ଅଭିଜ୍ଞ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀ ମୋହନଙ୍କ ଠାରୁ ପଛରେ ଅଛନ୍ତି । ମମତା ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ତାଲିକାରେ ନବମ ସ୍ଥାନରେ ରହିଛନ୍ତି ।

ଦେଶର ବଡ଼ ରାଜ୍ୟର ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ  ଦ୍ୱିତୀୟ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ତୃତୀୟ ସ୍ଥାନ ମିଳିଛି । ୪ର୍ଥ  ସ୍ଥାନରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ  ପଟେଲ, ୫ମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଥିଲା ବେଳେ ୬ଷ୍ଠ ସ୍ଥାନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ୭ମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ  ଚନ୍ଦ୍ରବାବୁ ନାଇଡ଼ୁ ଏବଂ ୧୦ ସ୍ଥାନରେ ଅଛନ୍ତି ପଞ୍ଜାବ  ମୁଖ୍ୟମନ୍ତ୍ରୀ ଭଗବତ ସିଂ ମାନ ।

Leave a Reply

Your email address will not be published. Required fields are marked *