8 Dec 2025, Mon

ରୁଷ ତିଆରି କଲା କ୍ୟାନ୍ସର ଟିକା, ସବୁ ପରୀକ୍ଷଣ ସଫଳ

କର୍କଟ ବା କ୍ୟାନ୍ସର ରୋଗ ବିରୋଧୀ ଲଢ଼େଇରେ ରୁଷ ଏକ ନୂଆ ସଫଳତା ହାସଲ କରିଛି। କ୍ୟାନ୍ସରକୁ ରୋକିବା ଲାଗି ଏକ ଟିକା ପ୍ରସ୍ତୁତ କରିଛି। ଫେଡେରାଲ ମେଡିକାଲ ଆଣ୍ଡ ବାୟୋଲୋଜିକାଲ ଏଜେନ୍ସି(ଏଫଏମବିଏ) ଏହି ଟିକା ପ୍ରସ୍ତୁତ କରିଛି।

ଏଫଏମବିଡି ପ୍ରମୁଖ ଭେରୋନିକା କହିଛନ୍ତି ଯେ, ରୁଷ ତିଆରି କରିଥିବା ଏହି କ୍ୟାନ୍ସର ଟିକା ବର୍ତ୍ତମାନ ବ୍ୟବହାର ପାଇଁ ପ୍ରସ୍ତୁତ। ଏମଆରଏନଏ ଉପରେ ଆଧାରିତ ଏହି ଟିକା ସମସ୍ତ ପ୍ରକାର ପ୍ରାକ୍‌ ଡାକ୍ତରୀ ପରୀକ୍ଷଣ ସଫଳତାପୂର୍ବକ ଶେଷ ହୋଇଛି। ଏହାଦ୍ଵାରା ଟିକାର ସୁରକ୍ଷା ଏବଂ ପ୍ରଭାବଶାଳିତା ପ୍ରମାଣିତ ହୋଇଛି। ଏହି ଟିକାର ପ୍ରାରମ୍ଭିକ ଲକ୍ଷ୍ୟ କୋଲୋରେକ୍ଟଲ କ୍ୟାନ୍ସର ବୋଲି ସେ କହିଛନ୍ତି।

ରୁଷର ଗଣମାଧ୍ୟମ ସଂସ୍ଥା ଟାସ୍‌ ରିପୋର୍ଟ ଅନୁସାରେ, ଏହି କର୍କଟ ଟିକା ବହୁତ ଭଲ ପ୍ରଦର୍ଶନ କରିଛି। ଏଫଏମବିଏ ପ୍ରମୁଖ ଭେରୋନିକା ପୂର୍ବାଞ୍ଚଳ ଅର୍ଥନୈତିକ ମଞ୍ଚ(ଇଇଏଫ)ରେ ଏହାର ଘୋଷଣା କରିଛନ୍ତି।

ସେ କହିଛନ୍ତି, ଏହି ଟିକା ପାଇଁ ଅନେକ ବର୍ଷ ଧରି ଗବେଷଣା ଚାଲିଥିଲା। ଗତ ୩ ବର୍ଷ ଧରି କେବଳ ଏହାର କ୍ଲିନିକାଲ ପରୀକ୍ଷଣ ଜାରି ରହିଥିଲା। ଏହି ଟିକା ଏବେ ବ୍ୟବହାର ପାଇଁ ଉପଯୁକ୍ତ। କେବଳ ସରକାରୀ ସ୍ଵୀକୃତିକୁ ଅପେକ୍ଷା ରହିଛି।

Leave a Reply

Your email address will not be published. Required fields are marked *