10 Mar 2026, Tue

ଆଦିବାସୀ ମହିଳାଙ୍କୁ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ

ଯଶିପୁର :  ମୟୂରଭଞ୍ଜ ଜିଲା ଯଶିପୁର ଅବକାରୀ ଥାନାରେ ମହିଳାଙ୍କୁ ଥାର୍ଡ ଡିଗ୍ରୀ ନେଇ ଅଭିଯୋଗ ହୋଇଛି । ମାହାର୍ଦ୍ଦାପଳସା ଗାଁ ଢିପାସାହିର ଆଦିବାସୀ ମହିଳା ଏଭଳି ଅଭିଯୋଗ ଆଣିଛନ୍ତି । ଯଶିପୁର ଅବକାରୀ ଥାନା ଅଧିକାରିଣୀ ନିସ୍ତୁକ ମାଡ ମାରିଥିବା ଅଭିଯୋଗ କରିଛନ୍ତି ମହିଳା । ପୂର୍ବରୁ ଜବତ ମଦ ସହ ଫଟୋ ଉଠାଇ ମିଥ୍ୟା କେସ୍‍ କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଅଭିଯୋଗ ଆଧାରରେ ଯଶିପୁର ପୁଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *