5 Mar 2026, Thu

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ : ୯ ଜଣିଆ ଗ୍ୟାଙ୍ଗକୁ ଧରିଲା କେନ୍ଦୁଝର ଟାଉନ ଥାନା ପୁଲିସ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

କେନ୍ଦୁଝର : ଏକ ବ୍ୟାଙ୍କରେ ଡକାୟତି ଯୋଜନାକୁ ପଣ୍ଡ କରିଛି କେନ୍ଦୁଝର ଟାଉନ ଥାନା ପୁଲିସ। ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଡକାୟତି କରିବା ଲାଗି ଗ୍ୟାଙ୍ଗ ସଦସ୍ୟମାନେ ଯୋଜନା କରୁଥିବା ସମୟରେ ପୁଲିସ ଚଢ଼ାଉ କରି ୯ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି।

ସୂଚନା ଅନୁସାରେ, ଟାଉନ ଥାନା ଅନ୍ତର୍ଗତ ନାରଣପୁରର ଘଡ଼ଘଡ଼ି ମନ୍ଦିର ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ଏହି ଗ୍ୟାଙ୍ଗର ସଦସ୍ୟମାନେ ଏକାଠି ହୋଇ ବ୍ୟାଙ୍କ ଲୁଟ୍ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ଗ୍ୟାଙ୍କ ମୁଖ୍ୟ ଗଣେଶ ଗିରି ଏହାର ମାଷ୍ଟରମାଇଣ୍ଡ ଥିଲା। ବିଶେଷ ସୂତ୍ରରୁ ପୁଲିସ ଖବର ପାଇ ଗୁରୁବାର ବିଳମ୍ବିତ ରାତିରେ ସେଠାରେ ଚଢ଼ାଉ କରି ୯ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୫ଟି ୭.୬୫ ଏମଏମ ବନ୍ଧୁକ, ୭ଟି ମାଗାଜିନ, ୨୫ଟି ଗୁଳି, ୪ଟି କାଟ୍ରିଜ କେସ୍‌, ଗୋଟିଏ ଥାର ଗାଡ଼ି, ୨ଟି ଖଣ୍ଡା, ୨ଟି କଟୁରୀ, ଗୋଟିଏ ଆଇରନ ରଡ, ୫ଟି ବିଅର ବୋତଲ, ଚିଲମ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୁଲିସ।

Leave a Reply

Your email address will not be published. Required fields are marked *