ଚେନ୍ନାଇ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଥାଲାପତି ବିଜୟ ଶପଥ ଗ୍ରହଣ କରିଛନ୍ତି। ରାଜଧାନୀ ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ବିଜୟଙ୍କୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି। ଏଥି ସହିତ ତାମିଲନାଡୁବାସୀଙ୍କୁ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ମିଳିଛି। ବିଜୟଙ୍କ ସହିତ ତାଙ୍କର କ୍ୟାବିନେଟରେ ସ୍ଥାନ ପାଇଥିବା ୯ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ୫ଜଣ ବିଧାୟକ ମଧ୍ୟ ଉପସ୍ଥିତ ଅଛନ୍ତି।

