ଝାରସୁଗୁଡ଼ା : ବ୍ରଜରାଜନଗର ପୁଲିସ ସହ ଗତକାଲି ବିଳମ୍ବିତ ରାତ୍ରିରେ ଗୁଳି ବିନିମୟ ଘଟିଛି। ଏଥିରେ କୁଖ୍ୟାତ ଅପରାଧୀ ଅଙ୍କିତ ଘୋଷ ଗୁଳିବିଦ୍ଧ ହୋଇ ଆହତ ହୋଇଛନ୍ତି। ବ୍ରଜରାଜନଗର ଓପିଏମ୍ ଇବ୍ ନଦୀ ଘାଟରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷର ଡାହାଣ ଗୋଡ଼ରେ ବାଜିଛି ଗୁଳି। ଆହତ ଅବସ୍ଥାରେ ଅଙ୍କିତକୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଙ୍କିତ ନାଁରେ ହତ୍ୟା, ଡକାୟତି ଭଳି ୭ଟି ମାମଲା ରହିଛି। ଜିରୋ ଟଲରାନ୍ସ ନୀତିରେ ପୁଲିସ ତାକୁ ଖୋଜୁଥିଲା। ବିଳମ୍ବିତ ରାତିରେ ପୁଲିସକୁ ଦେଖି ଅଙ୍କିତ ଗୁଳି ଚଳାଇବା ପରେ ପୁଲିସ ଏନକାଉଣ୍ଟର କରିଥିଲା।
ଝାରସୁଗୁଡ଼ା ଓପିଏମ ନିକଟସ୍ଥ ଇବ ନଦୀ ଘାଟ ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷକୁ ପୁଲିସ ଏନକାଉଣ୍ଟର କରିଛି। ଅଙ୍କିତ ନାଁରେ ୭ଟି ଅପରାଧିକ ମାମଲା ରହିଛି। ଜିରୋ ଟଲରାନ୍ସ ନୀତିରେ ଅପରାଧୀଙ୍କୁ ଧରିବା ପାଇଁ ଝାରସୁଗୁଡ଼ା ପୁଲିସ ଅଭିଯାନ କରିଥିଲା। ଅଙ୍କିତକୁ ଧରିବାକୁ ଉଦ୍ୟମ କରିବାବେଳେ ସେ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା । ଫଳରେ ପୁଲିସ ଏନକାଉଣ୍ଟର କରିଥିଲା। ଅଙ୍କିତର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଅଙ୍କିତକୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଇବ୍ ନଦୀ ଓ ପିଏମ ଘାଟ ଅଞ୍ଚଳରେ ଅଙ୍କିତ ଓ ତାଙ୍କ ସହଯୋଗୀମାନେ ବସି କୌଣସି ଅପରାଧିକ ଯୋଜନା କରୁଥିବା ଖବର ପାଇ ବ୍ରଜରାଜନଗର ପୁଲିସ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଅଙ୍କିତ ପ୍ରଥମେ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ପୁଲିସ ମଧ୍ୟ ପାଲଟା ୪ ରାଉଣ୍ଡ ଗୁଳି ଚଳାଇଥିଲା।
ଏହି ଗୁଳି ବିନିମୟରେ ଅଙ୍କିତ ଆହତ ହୋଇଥିଲେ। ପୁଲିସ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କ ଅନ୍ୟ ସହଯୋଗୀମାନେ ଅନ୍ଧାର ସୁଯୋଗ ନେଇ ଫେରାର ହୋଇଯାଇଥିବା ବେଳେ ପୁଲିସ ସେମାନଙ୍କୁ ଧରିବା ପାଇଁ ଅଭିଯାନ ଜାରି ରଖିଛି।

