18 Jul 2026, Sat

ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର : ସୋମବାର ସକାଳୁ ଏକ ବଡ ଖବର ସାମ୍ନାକୁ ଆସିଛି। ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି। ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି। ସେ ୨୦୧୩ ବ୍ୟାଚର ଆଇପିଏସ। ଇସ୍ତଫା ଦେବା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଅନ୍ୟ କୌଣସି କାରଣ ନୁହେଁ। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛି, କୌଣସି ଚାପ ନଥିଲା। ଲୋକଙ୍କ ସେବା କରିବାର ସୁଯୋଗ ପାଇଛି। ଓଡିଶାର ଲୋକେ ବହୁତ ଭଲ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମୋ ଉପରେ ରହୁ। ମୋ ଇସ୍ତଫା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇନି ବୋଲି ମଧ୍ୟ କହିଛନ୍ତି। ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଓ ଗଞ୍ଜାମ ଏସପି ଭାବେ କାମ କରିଛନ୍ତି।

Leave a Reply

Your email address will not be published. Required fields are marked *